ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ବିଧାନସଭା ଅଧିବେଶନର ୪ର୍ଥ ଦିନ: ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ବିଧାନସଭା ଅଧିବେଶନର ଆଜି ଚତୁର୍ଥ ଦିନ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ।

ଘୋଷଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ: ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

ଆଇସିସି ଦିନିକିଆ ୩୫ତମ ମ୍ୟାଚରେ ଶୁକ୍ରବାର ଚେଷ୍ଟର ଲି ଷ୍ଟ୍ରିଟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁଇଦଳଙ୍କ ପାଇଁ ଚଳିତ ବିଶ୍ଵକପ ବହୁତ କଷ୍ଟ ଦାୟକ ରହିଛି।

 

 

ବେତନଟୀରେ ବସ-ଟ୍ରକ ମୁହାଁମୁହିଁ: ୪ ମୃତ ୧୦ ଆହତ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟବର୍ତ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

Comment