ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟବର୍ତ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ଵରରୁ ବାରିପଦା ଅଭିମୂଖେ ଫେରୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ ଆଗ୍ରିଆ ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରଲର ସହିତ ମୁହାଁମୁହିଁ ହୋଇଥିଲା। ଫଳରେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଗୁରୁତର। ମୃତାହତ ମାନଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ବୈଶିଙ୍ଗା ଏବଂ ବେତନଟୀ ପୋଲିସ ପହଞ୍ଚି ଦମକଳବାହିନୀର ସହାୟତାରେ ମୃତାହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ଗୁରୁତର ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଉ ୩ ଜଣଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ବାରିପଦା ଅଞ୍ଚଳର ଆନିନ୍ଦ୍ୟ ସିଦ୍ଧାର୍ଥ, ଶାମାଖୁଣ୍ଟା ଅଞ୍ଚଳର ବଜ୍ରତୁଣ୍ଡି ଗ୍ରାମର ସତ୍ୟ ରଞ୍ଜନ ପାତ୍ର, ରାଜାବସା ଅଞ୍ଚଳର ଚାନ୍ଦୁଆ ଗ୍ରାମର ସମରାୟ ହେମ୍ରମ ଏବଂ ବାରିପଦା ତୁଳସୀଚଉରା ଅଞ୍ଚଳର ସୁକାନ୍ତି ସୋରେନ।

Comment