ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନ ଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା ଅସମ୍ଭବ। ଏବେ ବି ପରିସ୍ଥିତିରେ କୌଣସି ସୁଧାର ଆସିନି। ଏହି ସମୟରେ ବାତ୍ୟା ପ୍ରଭାବିତ ଲୋକଙ୍କ ସୁବିଧା ଓ ଅସୁବିଧାରେ ଛିଡ଼ା ହୋଇଥିଲେ କିଛି ପୁରାତନ ଛାତ୍ରମାନେ। ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।

କଟକସ୍ଥିତ ସେକେଣ୍ଡାରି ବୋର୍ଡ଼ ହାଇ ସ୍କୁଲର ୧୯୯୦ ବ୍ୟାଚର ଛାତ୍ରମାନେ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିଥିଲେ। ଏହି ଛାତ୍ରମାନେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ପୁରୀ ଜିଲ୍ଲାର ବୀରପୁରୁଷୋତ୍ତମପୁର ଅଞ୍ଚଳରେ ବାତ୍ୟା ବିପନ୍ନଙ୍କୁ ରିଲିଫ ପ୍ରଦାନ କରିଥିଲେ।

ସୁବ୍ରତ କୁମାର ସାହୁଙ୍କ ନେତୃତ୍ୱରେ ବିଶ୍ୱରଂଜନ ପାଣିଗ୍ରାହୀ, ସ୍ଥିତପ୍ରଜ୍ଞ ଦେବଦତ୍ତ କର ଓ ସଂଜୀବ କୁମାର ସାହୁ ମିଶି ଫନି ବିପନ୍ନ ପରିବାରକୁ ସୋଲାର ଲାଇଟ୍, ମଶାରି, ଛତା ଓ ପ୍ଲାଷ୍ଟିକ ଶଉପ ଦେଇଥିଲେ।

LEAVE A REPLY

Please enter your comment!
Please enter your name here