ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା କାଳିଆ। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ଓଡ଼ିଶା ଫେରିପାରନ୍ତି। ଏନେଇ ଦିଲ୍ଲୀରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ୩ ଜଣିଆ ଡାକ୍ତରୀ ଟିମ। ଏହି ବୈଠକରେ ଜଗା କାଳିଆଙ୍କ ଫେରିବା ନେଇ ତାରିଖ ନିର୍ଦ୍ଧାରଣ ହୋଇପାରେ।

ଜଗା କାଳିଆ ଏବେ ସୁସ୍ଥ ଅଛନ୍ତି। କିଛି ଦିନ ପୂର୍ବରୁ ଘରକୁ ଫେରିବା ନେଇ ତାଙ୍କ ବାପା, ମା’ ସରକାରଙ୍କୁ ଜଣାଇଥିଲେ। ଏବେ ଘରକୁ ଫେରିବା ନେଇ ବେଶ ଖୁସି ଅଛନ୍ତି ବାପା, ମା’।

ପ୍ରାୟ ୨ ବର୍ଷ ହେଲା ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଜଗା କାଳିଆ। ୨୦୧୭ରେ ସର୍ଜରୀ କରି କନ୍ଧମାଳର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିଲା। ତାଙ୍କ ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ। ସର୍ଜରୀ ପରେ ଏମ୍ସର ପ୍ରାଇଭେଟ ଓ୍ୱାର୍ଡଙ୍କୁ ତାଙ୍କୁ ସିଫ୍ଟ କରାଯାଇଥିଲା। ତାଙ୍କ ଚିକିତ୍ସାଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ କୋଟି ଟଙ୍କା ଦିଆଯାଇଥିଲା।

Comment