ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଣାଶୁଣା ଗାୟିକା ହେଲେ ନେହା କକ୍କର। ସେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଫ୍ୟାନ୍ସଙ୍କ ସହ ଯୋଡ଼ି ହେବା ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥାନ୍ତି। ନିକଟରେ ନେହାଙ୍କର ଆଉ ଏକ ନୂଆ ଭିଡିଓ ସାମନାକୁ ଆସିଛି।

ଏହି ଭିଡିଓରେ ନେହା ନିଜେ ଗାଇଥିବା ଗୀତ ‘ଦିଲବର ଦିଲବର’ରେ ଡ୍ୟାନ୍ସ କରୁଛନ୍ତି। ଏହାକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ୟୁଜର୍ସ ନେହାଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। ମାତ୍ର ୪ ଘଣ୍ଟାରେ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

‘ଦିଲବର ଦିଲବର‘ ଗୀତଟି ବଲିଉଡ ଫିଲ୍ମ ‘ସତ୍ୟମେବ ଜୟତେ’ର ଏକ ଗୀତ। ଏଥିରେ ଡ୍ୟାନ୍ସ କରିଥିଲେ ନୋରା ଫତେହୀ।

ନେହା କିଛି ଦିନ ପୂର୍ବରୁ ଅଭିନେତା ହିମାଂଶ କୋହଲିଙ୍କ ସହ ସଂପର୍କ ନେଇ ଚର୍ଚ୍ଚାରେ ଥିଲେ। ଏବେ ଦୁଇ ଜଣଙ୍କର ସଂପର୍କ ବିଚ୍ଛେଦ ଘଟିଛି।

LEAVE A REPLY

Please enter your comment!
Please enter your name here