ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯିବେ। ଏଥିପାଇଁ ପୁରୀରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ତିନି ରଥ ମହାପ୍ରଭୁଙ୍କୁ ଅପେକ୍ଷା କରି ସିଂହଦ୍ୱାରରେ ଦକ୍ଷିଣ ମୋଡ଼ ନେଇ ଛିଡ଼ା ହୋଇଛନ୍ତି। ଫଟୋରେ ଫଟୋରେ ଦେଖନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀରେ କେମିତି ଅଛି ପ୍ରସ୍ତୁତି। (ଫଟୋ – ବଦ୍ରିଶନାରାୟଣ ପତି)

ସିଂହଦ୍ୱାରରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ।

 

କଡ଼ା ସୁରକ୍ଷା ବଳୟ ଭିତରେ ରଥକୁ ଦକ୍ଷିଣ ମୋଡ଼ କରାଯାଉଛି।
ବଡ଼ ଦାଣ୍ଡରେ ତିନି ରଥ ସମ୍ମୁଖରେ ଭାବବିହ୍ୱଳ ହୋଇ ଯାଇଛନ୍ତି ଜଣେ ବିଦେଶୀ ଭକ୍ତ।
ମହିଳା ଭକ୍ତମାନେ ତୁଣ୍ଡରେ ମହାପ୍ରଭୁଙ୍କ ନାଁ ଧରି ବଡ଼ଦାଣ୍ଡରେ ଭଜନ କୀର୍ତ୍ତନ କରୁଛନ୍ତି।

 

ତିନି ରଥ ସମ୍ମୁଖରେ ସଂକୀର୍ତ୍ତନରେ ମଜି ଯାଇଛନ୍ତି ଭକ୍ତ।

 

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଛି।
ସନ୍ଧ୍ୟା ସମୟରେ ବଡ଼ ଦେଉଳ ସହ ତିନି ରଥର ଦୃଶ୍ୟ।
ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼।

Comment