ଓଡ଼ିଶାଲାଇଭ ବ୍ୟୁରୋ

ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜାତୀୟ ରାଜପଥ କଡ଼ର ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରବିନ୍ଦ୍ର ସାହୁ। ଦୋକାନ ବାହାର ପଟୁ ବନ୍ଦ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯଆଉଛି।

ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣାରେ ପାଣିକୋଇଲି ଥାନାରେ ଏକ ହତ୍ୟା ମମଲା ରୁଜୁ କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ନିକଟରେ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ରବିନ୍ଦ୍ରକୁ ପୋଲିସ ଗିରଫ କରିଥିଲା। କିଛି ଦିନ ପୂର୍ବରୁହିଁ ସେ ଜେଲରୁ ମୁକୁଳିଥିଲା ବୋଲି ପୋଲିସ ସୂଚନା ଦେଇଛି।

Comment