ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ରେ ଯଦି ବର୍ଷା ହୁଏ, ତେବେ ଆଇସିସି ଆଗରେ ଦୁଇଟି ବିକଳ୍ପ। ଟିମ୍ ଇଣ୍ଡିଆର ଫାଇଦା।
ବିଶ୍ୱକପ୍କୁ ନେଇ ବଢ଼ୁଛି ହୃଦ୍ସ୍ପନ୍ଦନ। ଏଭିତରେ ସରିଯାଇଛି ବିଶ୍ୱକପ୍ର ସମସ୍ତ ସିରିଜ୍ ମ୍ୟାଚ୍। ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସେମିଫାଇନାଲ। ୪ଟି ଚୂଡ଼ାନ୍ତ ଟିମ୍ ଭାରତ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ସେମିଫାଇନାଲରେ ପରସ୍ପରକୁ ଭେଟାଭେଟି ହେବେ। ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ।
ଆସନ୍ତାକାଲି ଦିନ ୩ଟା ବେଳେ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଏହାରି ଭିତରେ କ୍ରିକେଟ୍ପ୍ରେମୀଙ୍କ ପାଇଁ ଦୁଃଖ ଖବର। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମଙ୍ଗଳବାର ଏହି ମ୍ୟାଚ୍ରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କ’ଣ ହେବ, ଯଦି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ବର୍ଷା ହୁଏ?

ସେମିଫାଇନାଲରେ ବର୍ଷାକୁ ନେଇ ଆଇସିସି ପାଖରେ ଦୁଇଟି ବିକଳ୍ପ ରହିଛି। ଯଦି ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷାରେ ଧୋଇଯାଏ, ତେବେ ରିଜର୍ଭ ଡେ’ ଭାବେ ବୁଧବାର ଦିନ ଏହି ମ୍ୟାଚ୍ ଆଉଥରେ ଖେଳାଯିବ।
ବୁଧବାର ଯିଦ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୁଏ, ତେବେ ଭାରତ ପାଇଁ ଏହା ଖୁସିର ବିଷୟ। ବର୍ଷାରେ ବୁଧବାର ମ୍ୟାଚ୍ ଧୋଇଗଲେ ଭାରତ ସିଧା ଫାଇନାଲରେ ପ୍ରବେଶ କରିବ। ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ, ବିଶ୍ୱକପ୍ ଗ୍ରୁପ୍ ଷ୍ଟେଜ୍ରେ ଯେଉଁ ଦଳର ପଏଣ୍ଟ ସବୁଠୁ ଅଧିକା ଅଛି, ଫାଇନାଲ ଖେଳିବା ପାଇଁ ସେହି ଟିମ୍ ଆଗ ହକ୍ଦାର। ବର୍ତ୍ତମାନ ୧୫ ପଏଣ୍ଟ ସହ ପଏଣ୍ଟ ଟେବୁଲ୍ର ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ।

















