ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ନାମ ଲେଖାଇବା ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଜୁଲାଇ ୭ରେ ଆବେଦନର ଶେଷ ତାରିଖ ଥିଲା। ବର୍ତ୍ତମାନ ଏହାକୁ ୧୩ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୧ରେ ପରୀକ୍ଷା ଅନୁଷ୍ଠିତ ହେବ।

ଜୁଲାଇ ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ୨୫ରୁ ୨୭ ମଧ୍ୟରେ ଛାତ୍ରଛାତ୍ରୀ ରାଙ୍କ କାର୍ଟ ଡାଉନ୍‌ଲୋଡ୍‌ କରିବା ସହ ଅନ୍‌ଲାଇନ୍‌ରେ ଚଏସ୍‌ ଫିଲିଂ କରିପାରିବେ।

ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ କରାଯିବ। ଅଗଷ୍ଟ ୧ ଓ ୨ରେ ନୋଡାଲ୍‌ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୩ ତାରିଖରେ ଚୂଡ଼ାନ୍ତ ଆ‌ଲଟ୍‌ମେଣ୍ଟ ସହ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିପାରିବେ।

Comment