ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଅଧାରେ ଅଟକିଛି ସେମି – ଆଜି ସେଇଠୁ ଆରମ୍ଭ ହେବ

କ୍ରିକେଟ୍‌ ମହାସମରରେ ବର୍ଷାର ଖେଳ। ଲିଗ୍‌ ମ୍ୟାଚ୍‌କୁ ଧୋଇବା ପରେ ବର୍ତ୍ତମାନ ସେମିଫାଇନାଲକୁ ଧୋଇବାକୁ ବସିଛି ବର୍ଷା। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିଥିଲା ନ୍ୟୁଜିଲାଣ୍ଡକୁ। ତେବେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି। ଆଜି ପୁଣି ଥରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯିବ।

ନାକଚଣା ଦ୍ୱାରରେ ଲାଗିଲା ତିନି ରଥ

ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା। ଆଜି ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇଥିଲା। ଆଜି ତିନି ରଥ ନାକଚଣା ଦ୍ୱାରରେ ଲାଗିଛି।

୧୩ରେ ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ, ୧୫ରୁ ଆଡମିସନ

ଜୁଲାଇ ୧୩ ତାରିଖ ସନ୍ଧ୍ୟା ୬ଟାରେ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଅନଲାଇନରେ ସାମ୍ସ ଓ୍ୱେବସାଇଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ସିରିଏଲ, ଫିଲ୍ମ ସବୁଥିରେ ବେଶ ଚର୍ଚ୍ଚିତା ଏହି ଅଭିନେତ୍ରୀ

ଅଭିନେତ୍ରୀ ମୃଣାଳ ଠାକୁର ଏବେ ଘରେ ଘରେ ପରିଚିତ। ସିରିଏଲ ‘କୁମକୁମ ଭାଗ୍ୟ’ରେ ବୁଲବୁଲ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଖୁବଶୀଘ୍ର ହ୍ରିତିକଙ୍କ ଫିଲ୍ମ ସୁପର ୩୦ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ଲଭ ସୋନିଆରୁ ବଲିଉଡ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

Comment