ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ୧୩ ତାରିଖ ସନ୍ଧ୍ୟା ୬ଟାରେ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଅନଲାଇନରେ ସାମ୍ସ ଓ୍ୱେବସାଇଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା  ସିଟ୍ ପୂରଣ ପାଇଁ ଜୁଲାଇ ୨୦ରେ ସ୍ପଟ୍ ନାମଲେଖା ପାଇଁ  ତାଲିକା ପ୍ରକାଶ ପାଇବ। ଏହି ନାମଲେଖା ପାଇଁ ୨୩ ତାରିଖ ଅପରାହ୍‌ଣ ୨ଟା ସୁଦ୍ଧା ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ।

ଅପରାହ୍‌ଣ ୫ଟାରେ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ସଂପୃକ୍ତ କଲେଜ ନୋଟିସ ବୋର୍ଡରେ ପ୍ରକାଶ ପାଇବ। ଜୁଲାଇ ୨୫ରୁ ୨୭ ମଧ୍ୟରେ ସ୍ପଟ ନାମଲେଖା ହେବ। ଜୁଲାଇ ୨୯ରୁ ପାଠପଢ଼ା ଆରମ୍ଭ ହେବ।

Comment