ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେରିଟ ଲିଷ୍ଟ ଶନିବାର ପ୍ରକାଶ ପାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା  ସିଟ୍ ପୂରଣ ପାଇଁ ଜୁଲାଇ ୨୦ରେ ସ୍ପଟ୍ ନାମଲେଖା ପାଇଁ  ତାଲିକା ପ୍ରକାଶ ପାଇବ। ଏହି ନାମଲେଖା ପାଇଁ ୨୩ ତାରିଖ ଅପରାହ୍‌ଣ ୨ଟା ସୁଦ୍ଧା ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ।

ଅପରାହ୍‌ଣ ୫ଟାରେ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ସଂପୃକ୍ତ କଲେଜ ନୋଟିସ ବୋର୍ଡରେ ପ୍ରକାଶ ପାଇବ। ଜୁଲାଇ ୨୫ରୁ ୨୭ ମଧ୍ୟରେ ସ୍ପଟ ନାମଲେଖା ହେବ। ଜୁଲାଇ ୨୯ରୁ ପାଠପଢ଼ା ଆରମ୍ଭ ହେବ।

Comment