ଓଡିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୨୧ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍‌ସ ସେଣ୍ଟର ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଯୁକ୍ତ ଦୁଇ ଆଡମିସନ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଚଳିତବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଦେଇଥିବା ମନ୍ତ୍ରୀ କହିଛନ୍ତି।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୂର୍ବ ନିର୍ଦ୍ଧାରିତ ଆବେଦନ ଫି’ରୁ ଶହେ ଟଙ୍କା ଲେଖାଏଁ ହ୍ରାସ କରାଯାଇଛି। ଏବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ଦୁଇ ଶହ ଟଙ୍କା ଏବଂ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment