ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇ ଦିନ ବୃଦ୍ଧି ପାଇଛି। ତାରିଖ ବୃଦ୍ଧି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ ହୋଇଥିଲା।

ସେହି ଅନୁସାରେ ଆଜି ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥାନ୍ତା। ହେଲେ ସର୍ଭରଜନିତ ତ୍ରୁଟି ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି।

ଜୁଲାଇ ୭. ରବିବାର ଥିବାରୁ ବିଦ୍ୟାର୍ଥୀ ଜୁଲାଇ ୮ ଓ ୯ ତାରିଖରେ ଆଡମିଶନ କରିପାରିବେ।

Comment