ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଖାତା ଦେଖା। ମେ’ ୨୧ ତାରିଖରେ ହେବନି ମାଟ୍ରିକ ଖାତାଦେଖା। ମହାବାତ୍ୟା ଅମ୍ପାନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନହେବା ଯାଏଁ ଖାତା ଦେଖା ସ୍ଥଗିତ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପୂର୍ବରୁ ଗୋଟିଏ ଦିନ ପାଇଁ ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ଘୁଞ୍ଚାଯାଇଥିଲା। ୨୦ ତାରିଖ ପରବର୍ତ୍ତେ ୨୧ ତାରିଖ ମାଟ୍ରିକ ପରୀକ୍ଷା ଖାତା ଦେଖା ହୋଇଥାନ୍ତା। ହେଲେ ଅମ୍ପାନର ପ୍ରଭାବ ଓଡ଼ିଶାର କିଛି ଜିଲ୍ଲାରେ ପଡ଼ିବ ତେଣୁ ଏହାକୁ ଦୃଷ୍ଟିରେ ରଖି ଖାତା ଦେଖାକୁ ପୁଣି ଘୁଞ୍ଚାଇ ଦିଆଯାଇଛି।

ପରିବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ ଖାତା ଦେଖା କେବେ ହେବ ସେନେଇ ଜଣାପଡ଼ିବ। ବର୍ତ୍ତମାନ ପର୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖାତା ଦେଖା ସ୍ଥଗିତ ରହିବ।

ମହାବାତ୍ୟା ଅମ୍ପନ ଦୀଘା ଓ ହାତିଆ ଦୀପ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପଡ଼ିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

Comment