ଓଡ଼ିଶାଲାଇଭ୍ ବ୍ୟୁରୋ

Samir Dash

ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡର ସ୍ଥିତି ଚିନ୍ତା ବଢ଼ାଇଥିବାବେଳେ କୋଭିଡ ପରିସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। କୋଭିଡ ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ବୈଠକ ବସୁଥିବାବେଳେ ସୋମବାର ଦିନ ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହା ସହିତ ଆଗକୁ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ପରୀକ୍ଷା ଏବଂ ଯୁକ୍ତ ୨ ପରୀକ୍ଷା ସମୟରେ କୋଭିଡ ପାଳନ କରାଯିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ କୋଭିଡ ସ୍ଥିତି ଭଲ ରହିଥିଲେ ମଧ୍ୟ ଆଗୁଆ ସତର୍କ ରହିବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ଅନ୍ୟ କର୍ମଚାରୀମାନେ ମାସ୍କ ପରିଧାନ କରିବା ଉଚିତ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ଆଜି ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେବା ପରେ ଆଗକୁ କୋଭିଡ ପାଇଁ ସ୍କୁଲ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଅଭିଭାବକ।

ଅନ୍ୟ ପଟେ ଓଡ଼ିଶାରେ କୋଭିଡ ସ୍ଥିତି ଭଲ ରହିଛି। ଏହାକୁ ନେଇ କେହିଭି ଆତଙ୍କିତ ନ ହୋଇ କୋଭିଡ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ରହିଛି।

Tags: #Covid19 #Mask #WearingMask #SameerRanjanDash #SchoolStudent

Comment