ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ମାସରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ସରିଲାଣି। ଅଗଷ୍ଟ ମାସ ତୃତୀୟ ସପ୍ତାହ ଭିତରେ ରେଜଲ୍ଟ ପ୍ରକାଶ ପାଇଯିବ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ଏହି ମାସ ଶେଷ ସପ୍ତାହକୁ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ।

ମୋଟ ୧୧୪୩ ସେଣ୍ଟରରେ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷା ଦେଇଥିଲେ ୩ ଲକ୍ଷ ୫୦ ହଜାର ୮ ଶହ ଛାତ୍ରଛାତ୍ରୀ। ଦେଶରେ ଜାରି କରୋନା ମହାମାରୀ ପାଇଁ ଏ ବର୍ଷ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି।

Comment