ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ୧୧ଟା ସମୟରେ ସାମସ ୱେବସାଇଟରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏଥିରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ଭିତରେ ନାମଲେଖାଇ ପାରିବେ।

ମେରିଟ୍ ଲିଷ୍ଟ ଦେଖିବା ପାଇଁ କ୍ଲିକ୍ କରନ୍ତୁ

ତେବେ ଛାତ୍ରଛାତ୍ରୀମାନେ କେଉଁ ଉପାୟ ଅବଲମ୍ବନ କରି କଲେଜରେ ଆଡମିସନ କରିବେ ସେନେଇ ସିବିଏସଇ ପକ୍ଷରୁ ନିର୍ଦ୍ଦେଶାବଳୀ ଧାର୍ଯ୍ୟ କରାଯାଇଛି।

  • ଆଡମିସନ କରିବାକୁ ଆସିବା ସମୟରେ ଛାତ୍ରଛାତ୍ରୀମାନେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।
  • ଛାତ୍ରଛାତ୍ରୀମାନେ କେବଳ ଜଣେ ଅଭିଭାବକଙ୍କୁ ନେଇ ଆଡମିସନ ପାଇଁ ଆସିବେ।
  • ପ୍ରତିଘଣ୍ଟାକୁ ଅତିବେଶିରେ ବିଭାଗ ପିଛା ୧୫ ଜଣ ପ୍ରାର୍ଥୀଙ୍କ ନାମଲେଖା ହେବ।
  • ସକାଳ ୯ଟାରୁ ୧ଟା ଓ ୨ଟାରୁ ୫ ପର୍ଯ୍ୟନ୍ତ କଲେଜରେ ନାମଲେଖା ଚାଲିବ।
  • ଯୋଗ୍ୟ ପ୍ରାର୍ଥୀମାନଙ୍କର ଇଣ୍ଟିମେସନ ଲେଟରରେ ଆଡମିସନର ତାରିଖ ଓ ସମୟ ଲେଖା ହୋଇଥିବ।
  • ସେହି ସମୟରେ ଛାତ୍ରଛାତ୍ରୀ ଯାଇ କଲେଜରେ ନାମଲେଖାଇବାକୁ ଅନୁରୋଧ।
  • ଆଡିମିସନ ସମୟରେ ଆବଶ୍ୟକ ଥିବା ସମସ୍ତ ସାର୍ଟଫିକେଟ୍ ଓ କାଗଜପତ୍ର ସାଙ୍ଗରେ ନେବେ।

ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଅକ୍ଟୋବର ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ରୁ ୭ ତାରିଖ ଭିତରେ ନାମ ଲେଖାଇବେ। ଏହାପରେ ଅକ୍ଟୋବର ୧୫ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ।

Comment