ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ଵର ୪ ପରିବର୍ତ୍ତେ ଆବେଦନ ତାରିଖକୁ ସେପ୍ଟେମ୍ଵର ୧୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।BGUରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି। ପିଲାମାନେ ଆସନ୍ତା ସେପ୍ଟମ୍ଵର ୧୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପୂର୍ବରୁ ଏହି ଆବେଦନ ତାରିଖ ସେପ୍ଟେମ୍ଵର ୪ ପର୍ଯ୍ୟନ୍ତ ଥିଲା।

ଏହା ପୂର୍ବରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରିଥିଲା।

Comment