ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ଆଡମିସନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମଲେଖା ପକ୍ରିୟା। ଛାତ୍ରଛାତ୍ରୀମାନେ ଦିନ ୧୧ଟାରୁ ନାମଲେଖା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୨୧ରୁ ଏହି ଆବେଦନ ପକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ।

ଛାତ୍ରଛାତ୍ରୀମାନେ ଅନଲାଇନ୍ ଜରିଆରେ ଫର୍ମ ପକାଇ ପାରିବେ। ଏଥିପାଇଁ ସେମାନଙ୍କୁ www.samsodisha.gov.in ୱେବସାଇଟକୁ ଯିବାକୁ ପଡ଼ିବ। ଏଠାରେ ଫର୍ମ ଫିଲଅପ୍ କରିବା ପରେ ପିଲାମାନଙ୍କର ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ।BGUସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ। ଏହି ପିଲମାନେ ସେପ୍ଟେମ୍ବର ୧୧ରୁ ୧୮ ତାରିଖ ଭିତରେ ସେମାନେ ଆଡମିସନ କରିବେ। ସେହିପରି ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ମେରିଷ୍ଟ ଲିଷ୍ଟର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ଭିତରେ ନାମଲେଖା କରିପାରିବେ।

ଏହାପରେ ଅକ୍ଟୋବର ୧ ତାରିଖରେ ସ୍ପଟ୍ ସିଲେକ୍ସନ ଲିଷ୍ଟ ବାହାରିବ। ସେମାନେ ଅକ୍ଟୋବର ୧ରୁ ୩ ତାରିଖ ଭିତରେ  ସ୍ପଷ୍ଟ ଆଡମିସନ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଅଗଷ୍ଟ ୫ରେ ସେହି ପିଲାମାନେ ଆଡମିସନ କରିବେ। ତେବେ ଚଳିତବର୍ଷ ପିଲାମାନଙ୍କୁ କମନ୍ ଆପ୍ଲିକେସନ ଫର୍ମର ହାର୍ଡକପି ଦାଖଲ କରିବାକୁ ପଡ଼ିବ ନାହିଁ। କରୋନା ସଂକ୍ରମଣ ରୋକିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment