ଓଡ଼ିଶାଲାଇଭ୍‌ ବ୍ୟୁରୋSamir Dash

ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ନିୟମ। ଆସନ୍ତାବର୍ଷରୁ ଏହି ନିୟମ କଡ଼ାକଡ଼ି ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୩୩ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି କୁହାଯାଇଥିଲା। ନଚେତ୍ ଛାତ୍ରଛାତ୍ରୀମାନେ ପୁଣିଥରେ ପ୍ରଥମ ବର୍ଷରେ ପାଠ ପଢ଼ି ପାସ୍ କରିବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ।

ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ। ବିଭିନ୍ନ କଲେଜରେ ଚାପା ଉତ୍ତେଜନା ହେବା ପରେ ଏହି ପ୍ରସଙ୍ଗରେ ପୁନର୍ବିଚାର କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ।

Comment