ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ମହାସମରରେ ବର୍ଷାର ଖେଳ। ଲିଗ୍‌ ମ୍ୟାଚ୍‌କୁ ଧୋଇବା ପରେ ବର୍ତ୍ତମାନ ସେମିଫାଇନାଲକୁ ଧୋଇବାକୁ ବସିଛି ବର୍ଷା। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିଥିଲା ନ୍ୟୁଜିଲାଣ୍ଡକୁ। ତେବେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି। ଆଜି ପୁଣି ଥରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯିବ।

ଆଜି ଦିନ ୩ଟାରେ ମ୍ୟାଚ୍‌ ଯେଉଁଠୁ ବନ୍ଦ ହୋଇଥିଲା ସେଇଠୁ ଆରମ୍ଭ ହେବ। ଚଳିତ ବିଶ୍ୱକପ୍‌ରେ ବର୍ଷାକୁ ଦୃଷ୍ଟିରେ ରଖି ଫାଇନାଲ ଓ ସେମିଫାଇନାଲ ପାଇଁ ଭୋଟିଏ ଲେଖାଏଁ ରିଜର୍ଭ ଡେ’ ରଖାଯାଇଥିଲା। ବୁଧବାର ରିଜର୍ଭ ଡେ’ରେ ପୁଣିଥରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯିବ।

ମଙ୍ଗଳବାର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ୫ ୱିକେଟ୍‌ ହରାଇ ୨୧୧ ରନ୍‌ ସଂଗ୍ରହ କରିଥିବା ବେଳେ ଷ୍ଟାଡିୟମ୍‌ରେ ବର୍ଷା ହୋଇଥିଲା। ତେଣୁ ୪୬.୧ ଓଭରରେ ମ୍ୟାଚ୍‌କୁ ବନ୍ଦ କରିଦିଆଯାଇଥିଲା। ଆଜି ୪୬.୨ ଓଭରରୁ ଅଧା ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଆରମ୍ଭ ହେବ।

ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍‌ସ ୨୮ ରନ୍‌ କରିଥିବା ବେଳେ  ଅଧିନାୟକ କେନ୍‌ ୱିଲିୟମସନ୍ ୬୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ବର୍ତ୍ତମାନ କ୍ରିଜ୍‌ରେ ଟମ୍‌ ଲଥାମ୍‌(୩) ଏବଂ ରସ୍‌ ଟାୟଲର ୬୭ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

Comment