ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର : ଜୟପୁର ଅବକାରୀ ବିଭାଗ ଏକ ଗଞ୍ଜେଇ ଚୋରାଚାଲାଣ ରାକେଟକୁ ଧରିବାବେ ସଫଳ ହୋଇଛି। ଏହି ଗଞ୍ଜେଇ ଚୋରାଚାଲାଣରେ ଦୁଇ ଜଣ ଗେରୁଆ ବସ୍ତ୍ରଧାରୀ ଭଣ୍ଡ ବାବାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମାଲକାନଗିରି ଅଂଚଳରୁ ଏ ମାନେ ଏକ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଜୟପୁର ଗ୍ଲୋକାଲ ଚିକିତ୍ସାଳୟ ନିକଟରେ ଉକ୍ତ କାରକୁ ଅଟକାଇ ତଦନ୍ତ କରିଥିଲେ।

କାରରେ ଦୁଇ ଜଣ ଗେରୁଆ ବସ୍ତ୍ର ଧାରୀ ବାବା ବସିଥିଲେ। ସେମାନେ ତୀର୍ଥ କରିବାକୁ ଆସିଥିବା କହି ଅବକାରୀ ବିଭାଗକୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲେ। ତେବେ ଅବକାରୀ ବିଭାଗ କର୍ମଚାରୀ କାର୍‌ରେ ଛାନଭିନ୍‌ କରି ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ଅମିତ ପ୍ରତାପ ସିଂ(୨୭), ଅମିତ(୨୫), ରାଜ କୁମାର(୫୨), ଧରମ ପାଲ ସିଂ(୪୮), ନିରଜ ସିଂ(୨୬)କୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି।

Comment