ଓଡ଼ିଶାଲାଇଭ ବ୍ୟୁରୋjagannath

ବାହୁଡ଼ା ଯାତ୍ରାର ପୂର୍ବଦିନ ପାଳିତ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ସନ୍ଧ୍ୟା ଦର୍ଶନ’। ଏହି ଦର୍ଶନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଭକ୍ତମାନଙ୍କ ପାଇଁ ଠାକୁରଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ।

‘ନୀଳାଦ୍ରି ମହୋଦୟ’ରେ ବର୍ଣ୍ଣିତ ଅଛି ଯେ ନୀଳାଚଳରେ ତ୍ରିକାଳ ପୂଜା କାଳରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଯେଉଁ ପୂଣ୍ୟ ମିଳେ, ମହାଦେବୀ ବା ଆଡ଼ପ ମଣ୍ଡପରେ ସନ୍ଧ୍ୟା କିମ୍ବା ରାତ୍ରୀକାଳୀନ ଦର୍ଶନରେ ତାହା ଦଶଗୁଣ ପରିବର୍ଦ୍ଧିତ ହୁଏ।

ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଗୁଣ୍ଡଚା ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ସହିତ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି।

Comment