ଓଡ଼ିଶାଲାଇଭ ବ୍ୟୁରୋ

ବୁଧବାର ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ। ଗତକାଲି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବିଫଳ ହୋଇଯିବାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଢେଇ ଜାରି ରଖିଥଲେ ରବିନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନି।

ମ୍ୟାଚ୍ ହାରିଯିବା ପରେ ବୁଧବାର ଭାରତୀୟ ପ୍ରଶଂସକଙ୍କ ଲୁହରେ ଭିଜିଛି ମାଞ୍ଚେଷ୍ଟରର ଓଲଡ୍ ଟ୍ରାଫୋର୍ଡ ଗ୍ରାଉଣ୍ଡା ମ୍ୟାଚ୍ ଶେଷ ହେବାପରେ ଦୁଃଖରେ ଷ୍ଟାଡିୟମରୁ ଫେରିଛନ୍ତି ଭାରତୀୟ ପ୍ରଶଂସକା ଏଥିସହ ମ୍ୟାଚ୍ ସମୟରେ ରୋହିତ ଶର୍ମା କାନ୍ଦିପକେଇବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଫ୍ୟାନ୍ ମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରନ୍ଆଉଟ୍ ହେବା ପରେ ପ୍ୟାଭିଲିଆନ୍ ଫେରିବା ବାଟରେ ଧୋନିଙ୍କ ଆଖି ଛଳଛଳ ହେବାର ଦୃଶ୍ୟ ଟେଲିଭିଜନ ପରଦାରେ ଦେଖାଦେଖାଇବା ପରେ ଏକ ଦୁଃଖଦପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।

ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମଳନୀରେ ଅଧିନାୟକ ବିରାଟ କୋହଲି ସେମିଫାଇନାଲ ହାରିବା ଅତ୍ୟନ୍ତ ଦଃଖଦାୟକ ବୋଲି କହିଛନ୍ତି ।ମାତ୍ର ୪୫ ମିନିଟରେ ଖରାପ ଖେଳ ଟିମ୍ ଇଣ୍ଡିଆର ହାରିବାର ମୁଖ୍ୟ କାରଣ ବୋଲି କହିଛନ୍ତି ବିରାଟ କୋହଲିା

ଏଥିସହ ମ୍ୟାଚ୍ ସମୟର ଅନେକ ଦଃଖଦ ସମୟକୁ କ୍ୟାମେରାରେ କଏଦ୍ କରି ସୋସିଆଲ ମିଡିଆରେ ଛାଡିଛନ୍ତି ଫ୍ୟାନ।

LEAVE A REPLY

Please enter your comment!
Please enter your name here