ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଗୁରୁବାର ମୃଦୁଗୁଞ୍ଜନ ନୃତ୍ୟାନୁଷ୍ଠାନ ପକ୍ଷରୁ ସପ୍ତରଙ୍ଗ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏଲ.ଏନ ଅଗ୍ରଓ୍ଵାଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୁରୁ ନିରଞ୍ଜନ ରାଉତ, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ସ୍ମାରକ ପଟ୍ଟନାୟକ, ଦୁର୍ଗାଚରଣ ପଟ୍ଟନାୟକ, ସାନ୍ତନୁ ପୃଷ୍ଟି ଯୋଗ ଦେଇଥିଲେ।

ଏହି ଉତ୍ସବରେ ଗୁରୁ ରାମହରି ଦାସଙ୍କୁ  ମୃଦୁଗୁଞ୍ଜନ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା। ଏହାସହ ବିଶ୍ଵଭୂଷଣ ଚମ୍ପତିରାୟଙ୍କୁ ମୃଦୁଗୁଞ୍ଜନ ଯୁବ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା। ଦଶାବତାର ନାଟ୍ୟଶାଳର ଅଧ୍ୟକ୍ଷା ଗୁରୁ ମମତା ଶତପଥୀ ଓ ଗୁରୁ ପଙ୍କଜ କୁମାରଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୁରୁ ବାଗଦେବୀ ବନ୍ଦନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ପରେ ନୃତ୍ୟ ପରିବେଷଣ କରିଥିଲେ ଗୁରୁ ପଙ୍କଜ କୁମାର ଓ ତାଙ୍କ ଛାତ୍ରଛାତ୍ରୀ। ପରେ ମୃଦଗୁଞ୍ଜନର କୁନି କଳାକାରମାନେ ‘ବସନ୍ତ ବିଜୟ’ ନୃତ୍ୟନାଟିକା ପରିବେଷଣ କରିଥିଲେ। ଦଶାବତାର ନାଟ୍ୟଶାଳର ଶିଳ୍ପୀମାନେ ଦଣ୍ଡ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିବା ବେଳେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here