ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

nora fatehi

ବଲିଉଡରେ ଆଇଟମ ଗୀତରେ ଡ୍ୟାନ୍ସ କରି ବେଶ୍ ନାଁ କରିଛନ୍ତି ଅଭିନେତ୍ରୀ ନୋରା ଫତେହୀ। ଜନ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେରେ ନୋରା ‘ଦିଲବର ଦିଲବର’ରେ ନାଚି ଲୋକଲୋଚନକୁ ଆସିଥିଲେ। ଗୀତଟି ଏକ ପୁରୁଣା ଗୀତର ରିମେକ ହୋଇଥିଲେ ମଧ୍ୟ ନୋରାଙ୍କ ଡ୍ୟାନ୍ସ ଗୀତକୁ ସୁପରହିଟ କରିଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲେ।

କିଛି ଦିନ ବ୍ୟବଧାନ ପରେ ନୋରା ପୁଣି ଆଉ ଥରେ ଏକ ଆଇଟମ ନମ୍ବରରେ ଡ୍ୟାନ୍ସ କରିବେ। ଏଥର ବି ଜନଙ୍କ ଆଗାମୀ ଫିଲ୍ମ ‘ବାଟଲା ହାଉସ’ରେ ନୋରାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଗୀତର ଟିଜର ରିଲିଜ ହୋଇଛି।

ଯାହାର ନାଁ ରହିଛି ‘ଓ ସକି ସକି’। ଏହା ମଧ୍ୟ ଏକ ପୁରୁଣା ଗୀତର ରିମେକ। ଏହି ଗୀତକୁ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ମୁସାଫିର’ରେ ଦେଖିବାକୁ ମିଳିଥିଲା। ଏଥିରେ ଅଭିନେତ୍ରୀ କୋଇନା ମିତ୍ରଙ୍କ ଡ୍ୟାନ୍ସ କରିଥିଲେ। ଏହି ଗୀତକୁ ସୁନିଧୀ ଚୌହାନ ଗାଇଥିଲେ।

LEAVE A REPLY

Please enter your comment!
Please enter your name here