ଓଡ଼ିଶାଲାଇଭ୍ ବ୍ୟୁରୋ

 ଓଡ଼ିଶା ଟିଚର୍‌ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପାଇଁ ଆଜିଠାରୁ ଅନ୍‌ଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୧୬ରେ ଶେଷ ହେବ।

ଓଟିଇଟିରେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍ ଜରିଆରେ କରିପାରିବେ। ଅନ୍‌ଲାଇନ୍ ପେମେଣ୍ଟ ପାଇଁ ୨୯ ତାରିଖ ଅପରାହ୍‌ଣ ୪ଟା ଯାଏଁ ସମୟ ଧାର୍ଯ୍ୟ କରାଯାଇଛି।

ପେପର୍-୧ ଏବଂ ପେପର୍-୨ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ଅଗଷ୍ଟ ପ୍ରଥମ ସପ୍ତାହରେ ଓଟିଇଟିର ପରୀକ୍ଷା ରହିଛି।

କେମିତି କରିବେ ଅନ୍‌ଲାଇନ୍‌ରେ ଆବେଦନ:

bseodisha.nic.in ଓ୍ୱେବ୍‌ସାଇଟ୍‌ରେ ନାମ ରେଜିଷ୍ଟର କରିପାରିବେ।

ଏହାପରେ ଲଗ୍ଇନ୍‌ କରିବେ।

ଆପ୍ଲିକେସନ୍‌ରେ ସମସ୍ତ ବିବରଣୀ ଫିଲ୍ ଅପ୍ କରନ୍ତୁ।

Submit ବଟନ୍‌ରେ କ୍ଲିକ୍ କରନ୍ତୁ।

ଏହାପରେ ପେମେଣ୍ଟ କରନ୍ତୁ।

ଯେଉଁ ପ୍ରାର୍ଥୀ ଓଟିଇଟି ୨୦୧୯ ଏନ୍‌ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେବେ, ସେମାନେ କ୍ଲାସ୍ ୧ରୁ ୧୨ ଯାଏଁ ଓଡ଼ିଶା ସରକାରୀ ସ୍କୁଲ୍‌ରେ ଆବେଦନ କରିପାରିବେ।

Comment