ଓଡ଼ିଶାଲାଇଭ ବ୍ୟୁରୋ

ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ସୋସିଆଲ ମିଡିଆ ସେଫ୍ଟି , ସୁରକ୍ଷିତ ଏଟିଏମ ବ୍ୟବହାର, ଅନଲାଇନ ମନି ଟ୍ରାନ୍ସଫର, ପାସଓ୍ୱାର୍ଡ ହ୍ୟାକ, ଇଣ୍ଟରନେଟ ସେଫ୍ଟି ପାଇଁ ଏହି ଆଡଭାଇଜରି ଜାରି ହୋଇଛି। ଜାଣନ୍ତୁ ଆଡଭାଇଜରିରେ କ’ଣ ରହିଛି?

ସୋସିଆଲ ମିଡିଆ ସୁରକ୍ଷା

  • ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବ ସମୟରେସେହି ଓ୍ୱେବସାଇଟ ପ୍ରାଇଭେଟ ପଲିସିକୁ ଭଲ ଭାବରେ ପଢନ୍ତୁ। ଏଥିସହ ଥାର୍ଡ ପାର୍ଟି ଆପଲିକେସନକୁ ବି ଧ୍ୟାନ ଦିଅନ୍ତୁ।
  • ସୋସିଆଲ ମିଡିଆ ଆକଉଣ୍ଟରେ ଅତି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ। ଏଥିସହ ଏଥିରେ ସାଙ୍ଗ ଚୟନ କରିବାରେ ବି ସାବଧନତା ଅବଲମ୍ବନ କରନ୍ତୁ। ସାଙ୍ଗ ଚୟନ କରିବା ପୂର୍ବରୁ ଭଲ ଭାବରେ ଆକଉଣ୍ଟ ଯାଞ୍ଚ କରନ୍ତୁ।
  • ଗୋଟିଏ ନାମରେ ଅନେକ ଆକାଉଣ୍ଟ ଖୋଲନ୍ତୁ ନାହିଁ।ସୋସିଆଲ ମିଡିଆରେ ଆସିଥିବା ଭିଡିଓ, ଫଟୋକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ସୋସିଆଲ ମିଡିଆରେ ଆସିଥିବା ସମସ୍ତ ଲିଙ୍କ ଭଲ ଭାବେ ଯାଞ୍ଚ କରନ୍ତୁ।
  • ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ ବା ସେୟାରିଂ କରନ୍ତୁ ନାହିଁ।ଏହା ଅପରାଧ।
  • ଅଜଣା ମେଲ ଡାଉନଲୋଡ କରନ୍ତୁ ନାହିଁ। ଏଥିରେ ଭାଇରସ ଥାଏ। ଆପଣଙ୍କ ତଥ୍ୟ ଚୋରି ହୋଇପାରେ। ଆକାଉଣ୍ଟ ବ୍ୟବହାର କରିବା ପରେ ପ୍ରତି ଥର ଲଗ୍ ଆଉଟ କରିବାକୁ ଭୁଲନ୍ତୁ ନାହିଁ।
  • ମାଗଣା ଓ୍ୱାଇ ଫାଇରେ ଆଦୌ ଯୋଡ଼ି ହୁଅନ୍ତୁ ନାହିଁ। ଏଥିରେ ବ୍ୟାଙ୍କ ସମ୍ବନ୍ଧୀୟ କାମ କରନ୍ତୁ ନାହିଁ।

Comment