ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ କମ୍ପାନି Oppo ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ୍‌ ‘ଓପୋ କେ୩’। ଆଜି ସନ୍ଧ୍ୟା ୬ଟା ଭାରତରେ ଏହି ସ୍ମାର୍ଟଫୋନ ଲଞ୍ଚ୍‌ ହୋଇଛି। ଚଳିତ ବର୍ଷ ମେ’ ମାସରେ ଏହି ସ୍ମାର୍ଟଫୋନ୍‌ ଚୀନ୍‌ରେ ଲଞ୍ଚ ହୋଇଥିଲା। ଆଜି ଏହାର ଇଣ୍ଡିଆନ୍‌ ଭର୍ସନ ଲଞ୍ଚ ହୋଇଛି।

ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି,  ‘ଓପୋ କେ୩’ରେ ଡୁଅଲ୍‌ ରିୟର୍‌ କ୍ୟାମେରା, ପପ୍‌ ଅପ୍‌ ସେଲ୍ଫି ଓ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଭଳି ସୁବିଧା ମିଳୁଛି।। କମ୍ପାନି ଗୁରୁବାର ଭାରତରେ ‘ଓପୋ ଏ୯’ ସ୍ମାର୍ଟଫୋନ୍‌ ଲଞ୍ଚ କରିଥିବା ବେଳେ ଆଜି ‘ଓପୋ କେ୩’ ଲଞ୍ଚ କରିଛି।

ଦୁଇଟି ଭେରିଏଣ୍ଟ ‘ଓପୋ କେ୩’ ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଗୋଟଏର ମୂଲ୍ୟ ୧୬,୯୯୦ ଟଙ୍କା ରହିଥିବା ବେଳେ ଅନ୍ୟଟିର ଦାମ୍‌ ରହିଛି ୧୯,୯୯୦ ଟଙ୍କା। ଏହି ସ୍ମାର୍ଟଫୋନ୍‌ରେ ୬.୫ ଇଞ୍ଚ ବିଶିଷ୍ଟ ଫୁଲ୍‌ ଏଚ୍‌ ଡି ଡିସ୍‌ପ୍ଲେ ମିଳୁଥିବା ବେଳେ ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୧୦ ପ୍ରୋସେସର ମିଳୁଛି।

ଏହି ସ୍ମାର୍ଟଫୋନ୍‌ରେ ୧୬ ଓ ୨ ମେଗାପିକ୍ସେଲ ଡୁଅଲ୍‌ ରିୟର୍‌ କ୍ୟାମେରା ଥିବା ବେଳେ ୧୬ ମେଗାପିକ୍ସେଲ ବିଶିଷ୍ଟ ପପ୍‌ଅପ୍‌ ସେଲ୍ଫି କ୍ୟାମେରା ରହିଛି। ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସୁବିଧା ମିଳୁଛି।

Comment