ଓଡ଼ିଶାଲାଇଭ ବ୍ୟୁରୋ

ସହରମାନଙ୍କରେ ଅତ୍ୟଧିକ ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ଵର ଓ ପୁରୀରେ ଇଲେକ୍ଟ୍ରିକ ବସ ଚଲାଇବାକୁ ଯୋଜନା କରିଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ କହିଛନ୍ତି, “ରାଜ୍ୟରେ ତିନୋଟି ସହରରେ ଖୁବ ଶୀଘ୍ର ଇଲେକ୍ଟ୍ରିକ ବସ ଚାଲିବ। ଏହା ଦ୍ଵାରା କିଛି ମାତ୍ରାରେ ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ।“

ଏହି ତିନୋଟି ସହର ମଧ୍ୟରେ ଏହା ପ୍ରାୟ ୧୦୦ କିଲୋମିଟର ଚାଲିବ। ଏହି ବିଷୟରେ ଖୁବ ଶୀଘ୍ର ଏକ ଆଲୋଚନା କରାଯିବ। ପ୍ରଦୂଷଣ ମୁକ୍ତ ପରିବହନ ମାଧ୍ୟମରେ ଏଥିରେ ସାମିଲ ହେବାକୁ ବିଭିନ୍ନ ସଂଗଠନରୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Comment