ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟରେ ଏବେ ସନ୍ନ୍ୟାସ ନେବା ସିଜିନ ଚାଲିଛି। ଜଣକ ପରେ ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଛନ୍ତି। ସୋଏବ ମଲ୍ଲିକ, ଇମ୍ରାନ ତାହିରଙ୍କ ପରେ ଏବେ ଲସିଥ ମାଲିଙ୍ଗା ଅବସର ନେବାକୁ ଘୋଷଣା କରିଛନ୍ତି। ବାଂଲାଦେଶ ବିପକ୍ଷ ୩ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳି ସେ ଅବସର ନେବେ ବୋଲି ଶ୍ରୀଲଙ୍କା ଟିମର ଅଧିନାୟକ ଡିମୁଥ କରୁଣାରତ୍ନେ କହିଛନ୍ତି।

ଜୁଲାଇ ୨୬, ୨୮ ଓ ୩୧ରେ କଲମ୍ଵୋ ଓ ପ୍ରେମଦାସ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ସିରିଜରେ ମାଲିଙ୍ଗାଙ୍କୁ ଶ୍ରୀଲଙ୍କାର ୨୨ ଜଣିଆ ଦଳରେ ସାମିଲ କରାଯାଇଛି। ଏହି ସିରିଜର ପ୍ରଥମ ମ୍ୟାଚ ପରେ ତାଙ୍କୁ ଆଉ ଶ୍ରୀଲଙ୍କା ଦଳରେ ଦେଖିବାକୁ ମିଳିବନି।

ସେ ୨୧୯ ମ୍ୟାଚ ଖେଳି ୩୩୫ ଓ୍ଵିକେଟ ନେଇ ଶ୍ରୀଲଙ୍କାର ତୃତୀୟ ସର୍ବାଧିକ ଓ୍ଵିକେଟ ନେଇଥିବା ଖେଳାଳି ହୋଇଛନ୍ତି। ତାଙ୍କ ଆଗରେ ମୁଥୟା ମୁରଲି ଧରନ ୫୩୪ ଓ ଚାମିଣ୍ଡା ଭାସ ୪୦୦ ଓ୍ଵିକେଟ ନେଇ ପ୍ରଥମ ଓ ଦ୍ଵିତୀୟରେ ରହିଛନ୍ତି।

ବିଶ୍ଵକପ ୨୦୧୯ରେ ସେ ଶ୍ରୀଲଙ୍କାର ସର୍ବାଧିକ ଓ୍ଵିକେଟ ନେଇଥିବ ଖେଳାଳି ବିବେଚିତ ହୋଇଥିଲେ। ଏହାସହ ୭ଟି ମ୍ୟାଚରେ ୧୩ଟି ଛକା ମଧ୍ୟ ମାରିଥିଲେ। ପୂର୍ବରୁ ୨୦୧୧ରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି।

Comment