ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆସାମର ଗୁଆହାଟୀରେ ଖେଳାଯିବ। ଏହି ଦୁଇ ଦଳ ବହୁଦିନ ବ୍ୟବଧାନ ପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ ୨୦୨୦ର ପ୍ରଥମ ମ୍ୟାଚ ହେବ।

ଭାରତୀୟ ଦଳ ବିଜୟରୁ ଏହି ବର୍ଷର ପ୍ରଥମ ମ୍ୟାଚ ଆରମ୍ଭ କରିବାକୁ ଯାଉଛି। ଅନ୍ୟପକ୍ଷରେ ବିରାଟଙ୍କ ଅଧିନାୟକତ୍ଵରେ ଦଳ ଏହି ମ୍ୟାଚ ଖେଳିବ। ଦଳରେ ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିଲା ବେଳେ ପେସ ବୋଲର ଯଶପ୍ରୀତ ବୁମରାହ ଦଳକୁ ଫେରିଛନ୍ତି।

ଅନ୍ୟପକ୍ଷରେ ଲସିଥ୍‌ ମାଲିଙ୍ଗାଙ୍କ ଅଧିନାୟକତ୍ଵରେ ଶ୍ରୀଲଙ୍କା ଦଳ ଏହି ମ୍ୟାଚ ଖେଳିବ। ଦଳରେ ଧନୁଷ୍କା ଗୁଣଥିଲକା, ଆସିଥା ଫର୍‌ନାଣ୍ଡୋ, କୁଶଲ ପରେରାଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ଏହି ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାଓ୍ଵନ, କେଏଲ୍‌ ରାହୁଲ, ଶ୍ରେୟାସ ଆୟର, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ଶିଭମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ, ନବଦୀପ ସୈନି, ସାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ଓ୍ଵାଶିଂଟନ ସୁନ୍ଦର, ସଞ୍ଜୁ ସାମସନ।

ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣଥିଲାକା, ଆସିଥା ଫର୍‌ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ଶଙ୍କା, କୁଶଲ ପେରେରା, ନିରୋସାନ ଡିକ୍‌ଓ୍ଵେଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦାନା, ଭାନୁକା ରାଜାପାକ୍‌ସା, ଓସାଦା ଫେର୍‌ନାଣ୍ଡୋ, ଓ୍ଵାନିନ୍ଦୁ ହାସାରାଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ।

Comment