ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଶେଷ ଟି-୨୦କୁ ଭାରତ ୭୮ ରନ୍‌ରେ ଜିତି ନେଇଛି। ଏହାସହ ଏହି ୩ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଅକ୍ତିଆର କରିଛି ଭାରତ। ଏହି ମ୍ୟାଚରେ ଶ୍ରୀଲଙ୍କା ବିଜୟ ଲକ୍ଷ୍ୟକୁ ପିଛା କରି ୧୨୩ ରନ୍‌ରେ ଅଲଆଉଟ ହୋଇଯାଇଛି।

ପ୍ରଥମେ ଟସ୍‌ ଜିତି ଶ୍ରୀଲଙ୍କା ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଦୁଇ ଓପନର ଶିଖର ଧଓ୍ଵନ ଓ ଲୋକେଶ ରାହୁଲ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ। ଦଳ ପକ୍ଷରୁ ଲୋକେଶ ୫୪ ଓ ଧଓ୍ଵନ ୫୨ ରନ୍‌ କରିଥିଲେ। ଫଳରେ ଦଳ ୬ ଓ୍ଵିକେଟ ହରାଇ ୨୦୧ ରନ୍‌ କରିଥିଲା।

ପରେ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ବିଫଳତାର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ଧନଞ୍ଜୟ ଡି ସିଲଭା ୫୭ ଓ ଆଞ୍ଜେଲୋ ମାଥ୍ୟୁସ ୩୧ ରନ୍ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଦଳ ୧୨୩ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

Comment