ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ୯ ଦିନର ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ ନିଜ ବଡ଼ଭାଇ ଓ ଭଇଣୀଙ୍କ ସହ ଶୀମନ୍ଦିରକୁ ବାହୁଡ଼ିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦର ପ୍ରଶାସନ ପକ୍ଷରୁ ଅନୁମିତି ପାଇ ଶୁକ୍ରବାର ରଥକୁ ଭଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଭଙ୍ଗା କାର୍ଯ୍ୟରେ ପ୍ରଶାସନ ଭୋଇ ସେବକଙ୍କୁ ନିୟୋଜିତ କରିଛନ୍ତି।

ନିୟମ ଅନୁଯାୟୀ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ।

ରଥ ଭଙ୍ଗା କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comment