ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରୀଗୁଣ୍ଡିଚା। ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଭାଇଭଉଣୀଙ୍କ ସାଙ୍ଗରେ ମହାପ୍ରଭୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ୁଛି। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଆ ଠାକୁର। ଭକ୍ତମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଅନେଇ ବସିଛନ୍ତି।

ସକାଳ ୬ଟାରେ ମଙ୍ଗଳ ଆଳତୀ, ୬ଟା ୧୦ରେ ମଙ୍ଗଳ ମଇଲମ, ତଡ଼ପଲାଗି, ୬.୩୦ରେ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟ ପୂଜା,୪.୩୦ରେ ଦ୍ୱାର ପାଳ ପୂଜା, ୭ଟା ୩୦ରେ ବେଶ ପୂଜା, ସକାଳ ୮ରୁ ୯ଟା ମଧ୍ୟରେ ଗୋପାଳ ବହ୍ଲବ ଓ ସକାଳ ଭୋଗରେ ଖେଚୁଡ଼ି ଭୋଗ ନୀତି କାର୍ଯ୍ୟ ହେବ।

ଆଜି ସକାଳ ୯.୩୦ରେ ମଦନ ମୋହନ, ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯିବ। ଅପରାହ୍‌ଣ ୪ଟାରେ ରଥଟଣା କାର୍ଯ୍ୟ ହେବ।

୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ଭିତରେ ମଦନମୋହନ ବିଜେ, ୧ଟା ୩୦ରୁ ୨ଟାରେ ଚିତା ଲାଗି ଓ ୧ଟା ୩୦ରୁ ୨ଟା ୩୦ରେ ବେଶ ଶେଷ ହେବ। ୨ଟାରୁ ୩ଟା ଭିତରେ ଛେରାପହଁରା କରାଯିବ। ଅପରାହ୍ଣ ୩ଟାରୁ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ୪ଟା ପରେ ରଥଟଣା ଆରମ୍ଭ କରାଯିବ।

Comment