ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ସୀମାନ୍ତ ବସ୍ତର ଜିଲ୍ଲା ତିରିଆମାଚକଟ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନୟମ ହୋଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ଜଣ ମାଓବାଦୀ ପ୍ରାଣ ହରାଇଥିବା ବସ୍ତର ଆଇଜି ସୁନ୍ଦର ରାଜେ ସୂଚନା ଦେଇଛନ୍ତି।

ଛତିଶଗଡ଼ ଡିଆରଜି ଏବଂ ଏସ୍‌ଟିଏଫ୍‌ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି।

ଏନ୍‌କାଉଣ୍ଟରସ୍ଥଳରୁ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏଥିସହିତ ଗୋଟିଏ ଇନ୍‌ସାସ୍‌ ଓ ୪ଟି ଥ୍ରୀ ନଟ୍‌ ଥ୍ରୀ ରାଇଫଲ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here