ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଶସ୍ତା ହେବ ଇଲେକ୍ଟ୍ରୋନିକ ଯାନବାହାନ ବା ବିଦ୍ୟୁତ ଚାଳିତ ଗାଡ଼ି। ବିଦ୍ୟୁତ ଚାଳିତ ଗାଡ଼ି ଉପରେ କମିଲା ଜିଏସ୍‌ଟି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଇଲେକ୍ଟ୍ରୋନିକ୍ ଗାଡ଼ି କିଣିବା କ୍ଷେତ୍ରରେ ମାତ୍ର ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା। ଯାହା ବର୍ତ୍ତମାନ ୫ ପ୍ରତିଶତକୁ କମାଇ ଦିଆଯାଇଛି।

ଏଥିସହ ଇଲେକ୍ଟ୍ରୋନିକ ଯାନବାହାନର ଚାର୍ଜର ଉପରେ ଲାଗୁଥିବା ଜିଏସଟି ପରିମାଣ ମଧ୍ୟ ହ୍ରାସ କରାଯାଇଛି। ଇଲେକ୍ଟ୍ରୋନିକ ଗାଡିର ଚାର୍ଜରଗୁଡ଼ିକ ଉପରେ ପୂର୍ବରୁ ୧୮ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ବର୍ତ୍ତମାନ ଏହାଉପରେ ମାତ୍ର ୫ ପ୍ରତିଶତ ଜିଏସଟି ଲାଗିବ।

ସେହିପରି ଇଲେକ୍ଟ୍ରୋନିକ ବସ ଆଦିର ବ୍ୟବହାରକୁ ବୃଦ୍ଧି କରାଇବା ପାଇଁ କାଉନସିଲ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଇଲେକ୍ଟ୍ରୋନିକ ବସ କଣିବା କ୍ଷେତ୍ରରେ ଜିଏସଟିକୁ ସମ୍ପୁର୍ଣ୍ଣ ବାଦ୍ ଦେବାକୁ ନିଷ୍ପତି ନିଆଯାଇଛି।

ଏହି ନୂଆ ଦର ଆସନ୍ତା ଅଗଷ୍ଟ ପହିଲାରୁ ଲାଗୁ ହେବ ବୋଲି କାଉନସିଲ୍ ନିଷ୍ପତ୍ତି ନେଇଛି।

ଦେଶରେ ପ୍ରଦୂଷଣର ହାର କମାଇବା ତଥା ବିଦ୍ୟୁତ ଗାଡ଼ିର ବହୁଳ ବ୍ୟବହାର ପାଇଁ ଚଳିତ କେନ୍ଦ୍ର ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା ହୋଇଥିଲା। ବଜେଟରେ ବିଦ୍ୟୁତ ଗାଡ଼ି କିଣିବା ପାଇଁ ନେଉଥିବା ଲୋନର ସୁଧ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ମିଳିବ। ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଗାଡ଼ି ଉପରେ ଜିଏସ୍‌ଟି ହ୍ରାସ ପାଇବାରୁ, ଭାରତରେ ଏହାର ବିକ୍ରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here