ଓଡ଼ିଶାଲାଇଭ ବ୍ୟୁରୋ

ବିବାହ, ହେଉ ବା କୌଣସି ପର୍ବପର୍ବାଣୀ ସବୁଥିରେ ମେହେନ୍ଦୀର ଚାହିଦା ହିଁ ଅଲଗା।  ବିନା ମେହେନ୍ଦିରେ ମହିଳାମାନଙ୍କୁ ସବୁ ଫିକା ଲାଗେ। ମେହେନ୍ଦୀ ଲଗାଇବାର କିଛି ଦିନ ଯାଏ ଭଲ ଦେଖାଯାଏ କିନ୍ତୁ ଯେତେବେଳେ ଏହା ଛାଡ଼ି ଆସେ ଏହା ହାତର ସୌନ୍ଦର୍ଯ୍ୟ ଖରାପ କରିଥାଏ। ତେଣୁ ଅଳ୍ପ ଛାଡ଼ି ଥିବା ମେହେନ୍ଦୀକୁ କିପରି ଘରୋଇ ଉପାୟରେ ଜଲଦି ଛଡ଼ାଇବେ ଆସନ୍ତୁ ଜାଣିବା।

  • ଲେମ୍ବୁ :

ହାତରୁ ଛାଡିଆସୁଥିବା ମେହେନ୍ଦୀକୁ ଛଡ଼ାଇବା ପାଇଁ ଗୋଟିଏ ଲେମ୍ବୁକୁ କାଟି ତାକୁ କିଛି ସମୟ ଯାଏଁ ହାତରେ ଧିରେ ଧିରେ ଘଷନ୍ତୁ। ଲେମ୍ବୁରେ ବ୍ଲିଚିଙ୍ଗ ଗୁଣ ରହିଥାଏ ଯାହାଦ୍ୱାରା ମେହେନ୍ଦୀର ରଙ୍ଗ ଜଲଦି ଛାଡିଯାଏ।

  • ଟୁଥ୍ ପେଷ୍ଟ :

ଅଳ୍ପ ପରିମାଣର ଟୁଥ୍ ପେଷ୍ଟ ନେଇ ମେହେନ୍ଦୀ ଲଗା ଯାଇଥିବା ସ୍ଥାନରେ ଧିରେ ଧିରେ ଘଷନ୍ତୁ। କିଛି ସମୟ ପରେ ଓଦା କପଡ଼ାରେ ପୋଛି ଦିଅନ୍ତୁ। ଏହିପରି ଗୋଟିଏ ଦିନରେ ଦୁଇ, ତିନି ଥର କରନ୍ତୁ।

  • ଲେମ୍ବୁ ଓ ବେକିଙ୍ଗ୍ ସୋଡାର ମିଶ୍ରଣ:

ଲେମ୍ବୁ ଓ ବେକିଙ୍ଗ୍ ସୋଡାକୁ ସମାନ ପରିମାଣରେ ମିଶାଇ ସେହି ମିଶ୍ରଣକୁ  ୫ ମିନିଟ୍ ଯାଏ ମେହେନ୍ଦିରେ ଲଗାଇ ରଖନ୍ତୁ। ଏହାପରେ ତାକୁ ଧୋଇ ଦିଅନ୍ତୁ।

  • ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍:

ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ରେ ବାରମ୍ବାର ହାତ ଧୋଇବା ଦ୍ୱାରା ମେହେନ୍ଦୀ ଜଲଦି ଫିକା ପଡିଥାଏ।

  • ହେୟାର୍ କଣ୍ଡିସନର୍:

ହେୟାର୍ କଣ୍ଡିସନର୍ ଦ୍ୱାରା ମଧ୍ୟ ଶୀଘ୍ର ମେହେନ୍ଦୀ ଛାଡିଥାଏ।

Comment