ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେହେନ୍ଦୀ ଏକ ଏପରି ଜିନିଷ ଯାହା କେଶର ସୁନ୍ଦରତା ବଢ଼ାଇବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। କେଶରେ ମେହେନ୍ଦୀର ଲେପ ଲଗାଇବା ଦ୍ୱାରା ମୁଣ୍ଡ ଥଣ୍ଡା ରହିଥାଏ। ଏହା କେଶରେ କଣ୍ଡିସନର ଭଳି କାମ କରିଥାଏ। ଯାହା ଫଳରେ କେଶ ସାଇନିଂ କରିଥାଏ।

ମେହେନ୍ଦୀରେ ଆଣ୍ଟସେପ୍ଟିକ ଗୁଣ ଥାଏ। ଯାହା କେଶ ଝଡ଼ିବା, ରୂପି ହେବା ଭଳି ସମସ୍ୟାକୁ ଦୂର କରିଥାଏ। ଏହା କେଶକୁ ପୋଷକ ତତ୍ତ୍ୱ ଦେଇଥାଏ।

କେମିତି ଲଗାଇବେ?

ରାତିରେ ଆପଣ ମେହେନ୍ଦୀରେ ଦହି ମିଶାଇ ରଖି ଦିଅନ୍ତୁ। ସକାଳୁ ଏହି ପେଷ୍ଟକୁ କେଶରେ ଲଗାନ୍ତୁ। ମେହେନ୍ଦୀ ଲଗାଇବାର ୧ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ।

ଆପଣ ଚାହିଁଲେ ମେହେନ୍ଦୀରେ କଫି ପାଉଡର, ଲେମ୍ବୁ, ଅଁଳା ମଧ୍ୟ ମିଶାଇ ପାରିବେ।

ମେହେନ୍ଦୀ ଲଗାଇବା ଦିନ ଖାଲି ସାଧା ପାଣିରେ ମୁଣ୍ଡ ଦୋଇ ତା’ ପର ଦିନ ସାମ୍ପୋରେ ଧୋଇଲେ ଏହା କେଶ ପାଇଁ ବେଶୀ ଉପକାରୀ ହୋଇଥାଏ।

Comment