ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡିସେମ୍ବର ୧ରେ ବିବାହ କରିଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ୍‌ ଜୋନସ୍‌। ବିବାହ ପରଠୁ ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ବେଳେ ନିକଟରେ ଏମିତି ଏକ ଫଟୋ ପ୍ରିୟଙ୍କା ଶେୟାର କରିଛନ୍ତି ଯେଉଁ ଫଟୋରେ ଭିନ୍ନ ଭିନ୍ନ କମେଣ୍ଟ ଆସିବା ସହ ଅନେକ ଥର ଶେୟାର ବି କରାଯାଉଛି।

ଏହି ଫଟୋରେ ନିକ୍‌ ଦେଶୀ ଗର୍ଲଙ୍କ ନାମକୁ ମନ୍ତ୍ର କରି ନିଜ ହାତରେ ଲେଖିଛନ୍ତି। ଆଜ୍ଞା ହଁ ଏ କୌଣସି ମଜାକ୍‌ ନୁହଁ ଏହା ନିକ୍‌ ନିଜ ମେହେନ୍ଦି ଦିନ ଲେଖିଥିଲେ ଅର୍ଥାତ ନିକ୍‌ ନିଜ ହାତରେ ଲେଖିଥିଲେ ଓମ୍ ପ୍ରିୟଙ୍କାୟ ନମଃ ।

ପ୍ରିୟଙ୍କା ଓ ନିକଙ୍କ ବିବାହ ଜୋଧପୁରରେ ହୋଇଥିଲା। ଏହି କପୁଲ୍‌ ଉଭୟ ହିନ୍ଦୁ ଓ କ୍ୟାଥୋଲିକ୍‌ ପରମ୍ପରାରେ ବିବାହ କରିଥିଲେ। ଏମାନଙ୍କ ବିବାହର ପ୍ରତିଟି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଆଉ ନିକଟରେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଥିବା ଏହି ଫଟୋରୁ ଗୋଟିଏ କଥା ବୁଝାପଡୁଛି ଯେ ନିକ ପ୍ରିୟଙ୍କାଙ୍କୁ  କେବଳ ଭଲପାଆନ୍ତି ନାହିଁ ତା ସହିତ ତାଙ୍କୁ ଭକ୍ତି ବି କରନ୍ତି। ଏପଟେ ନିକଙ୍କ ଏଭଳି ଲେଖିବା ପ୍ରିୟଙ୍କା ଫ୍ୟାନଙ୍କୁ ଅଧିକ ପସନ୍ଦ ଆସୁଛି।

Comment