ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ତାଙ୍କ ଦମଦାର ଡ୍ୟାନ୍ସ ପାଇଁ ସମସ୍ତେ ଜାଣନ୍ତି। ବିଗ୍ ବସ୍ ପରେ ଫିଲ୍ମ ‘ସତ୍ୟମେବ ଜୟତେ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏହି ଫିଲ୍ମରେ ‘ଦିଲବର ଦିଲବର’ରେ ଡ୍ୟାନ୍ସ କରି ସେ ଦର୍ଶକଙ୍କ ହୃଦୟ ଜିତିଥିଲେ।

ହେଲେ ବଲିଉଡରେ ଏହି ସଫଳତା ହାସଲ କରିବାର ଯାତ୍ରା ନୋରାଙ୍କ ପାଇଁ ସହଜ ନଥିଲା। ବଲିଉଡରେ ଡେବ୍ୟୁ କରିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। କାନାଡାରୁ ଭାରତ ଆସିବା ପରେ ନୋରାଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ନିକଟରେ ଏକ ସାକ୍ଷାତକାରରେ ଏକଥାର ଖୁଲାସା ସେ ନିଜେ କରିଛନ୍ତି।

ନୋରା ଜଣେ କାନାଡିଆନ ଡ୍ୟାନ୍ସର, ମଡେଲ ତଥା ସିଙ୍ଗର। ବଲିଉଡରେ କ୍ୟାରିୟର କରିବା ପାଇଁ ସେ ଭାରତ ଆସିଥିଲେ। ଏଠାକୁ ଆସିବା ପରେ ତାଙ୍କୁ ଗୋଟିଏ ପରେ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ନୋରାଙ୍କ କହିବା ଅନୁସାରେ ଭାରତ ଆସିବା ପରେ ସେ ବଲିଉଡରେ କାମ କରିବା ପାଇଁ ସେ ଏକ ସଂସ୍ଥାରେ ଜଏନ କରିଥଲେ। ସେଥିଲାଗି ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା। ସେଠାରେ ତାଙ୍କୁ ଭଲ ବ୍ୟବହାର କରାଯାଉନଥିଲା। ସେଥିଲାଗି ସେ ସେହି ସଂସ୍ଥା ଛାଡ଼ିବାକୁ କହିଥିଲେ। ସଂସ୍ଥା ତାଙ୍କୁ ୨୦ ଲକ୍ଷ ଟଙ୍କା ଫେରାଇ ନଥିଲା।

ଏମିତିକି ହିନ୍ଦୀ ଜାଣିନଥିବାରୁ ବି ସେ ବହୁତ ହଇରାଣ ହୋଇଥିଲେ। ପରେ ସେ ହିନ୍ଦୀ ଭାଷା ଶିଖିବାକୁ ଚେଷ୍ଟା କରିଥିଲେ।

LEAVE A REPLY

Please enter your comment!
Please enter your name here