ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ମୂଲ୍ୟରେ ନାମ ଲେଖାଇଲେ ଶତାଧିକ କଏଦୀ।

ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜେଲ୍‌ରେ ଥିବା କଏଦୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ସୋମବାର ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଇଗ୍ନୋ ପକ୍ଷରୁ ସ୍ପଟ୍ ଆଡମିସନ୍ ଅନୁଷ୍ଠିତ ହୋଇଥିଲା।

ପିଜି, ସ୍ନାତକ, ଡିପ୍ଲୋମା ପାଠ୍ୟକ୍ରମ ପାଇଁ ନାମଲେଖା ହୋଇଥିଲା। ଏନଜିଓ ମ୍ୟାନେଜମେଣ୍ଟ, ଅର୍ଗାନିକ୍ ଫାର୍ମିଂ, ଟୁରିଜିମ୍ ଷ୍ଟଡି ଭଳି ବିଭିନ୍ନ ବିଷୟରେ ଶତାଧୀକ କଏଦୀ ନାମ ଲେଖାଇଥିଲେ।

ଇଗ୍ନୋ ପକ୍ଷରୁ ପାଠ୍ୟ ପୁସ୍ତକ ଓ ଶିକ୍ଷାଦାନ ମାଗଣାରେ କରାଯିବ।

Comment