ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରପଡ଼ା ଜେଲକୁ ଗ୍ୟାଙ୍ଗଷ୍ଟର ଟିଟୋକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଟିଟୋକୁ କେନ୍ଦ୍ରାପଡ଼ା ଜେଲରେ ରଖାଯାଇଥିଲା।

ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିଲା ଟିଟୋ। କ୍ରାଇମବ୍ରାଞ୍ଚ ଏସଟିଏଫ ଟିଟୋକୁ ଗିରଫ କରିଥିଲା।

୧୯୮୯ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଏକ ଫୁଟବଲ୍ ମ୍ୟାଚରେ ଗଣ୍ଡଗୋଲକୁ ନେଇ ଟିଟୋକୁ ପୋଲିସ୍ ପ୍ରଥମେ ଗିରଫ କରିଥିଲା। ଜେଲରୁ ବାହାରିବା ପରେ ଟିଟୋ ବିଭିନ୍ନ ଅପରାଧ ଦୁନିଆରେ ପ୍ରବେଶ କରିଥିଲା।

୨୦୧୮ ଜୁଲାଇ ୩୦ରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିଟୋକୁ ଦିଲାରପୁର ଘରୁ ଗିରଫ କରିଥିଲା। ସେବେଠାରୁ ଟିଟୋ ଜେଲରେ ଥିଲା। ଏବେ ତାଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି।

Comment