ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସରେ (କିମ୍‌ସ) ଅତ୍ୟାଧୁନିକ ଫିଜିଓଥେରାପି ଆକ୍ୟୁପେସ୍‌ନାଲ ଥେରାପି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି।

ଏହି କେନ୍ଦ୍ରରେ ଫିଜିଓଥେରାପି ଓ ଆକ୍ୟୁପେସନାଲ ଥେରାପି ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମେଗା ସ୍ଵାସ୍ଥ୍ୟ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କିମ୍‌ସ ପକ୍ଷରୁ କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବ୍ଲକ୍‌ଗୁଡ଼ିକରେ ଏହି ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ବ୍ରଥମ ପର୍ଯ୍ୟାୟରେ ୨୦ଟି ବ୍ଲକ୍‌ରେ ଏହା କାର୍ଯ୍ୟକାରୀ କରାଯିବ। ଏହି ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯିବ। ଶିବିରରେ କିମ୍‌ସର ଅଭିଜ୍ଞ ଡାକ୍ତରମାନେ ଯୋଗ ଦେବେ।

Comment