ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି।

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ସେମାନେ ପୂର୍ବ ଭଳି କାର୍ଯ୍ୟ କହିପାରନ୍ତି ନାହିଁ। ତେଣୁ ବ୍ରେନ୍ ଷ୍ଟ୍ରୋକ୍ ପରେ ଆକ୍ରାନ୍ତଙ୍କର ବିଶେଷ ଭାବେ ଯତ୍ନ ନେବାର ଆବଶ୍ୟକତା ରହିଛି।

ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ପୂର୍ବ ପରି କାର୍ଯ୍ୟ କରିପାରନ୍ତି ନାହିଁ, କଥା କହିପାରନ୍ତି ନାହିଁ, ଭାଷାର ଆଦାନ ପ୍ରଦାନ କରିପାରନ୍ତି ନାହିଁ କିମ୍ବା ନିଜ କାମ ନିଜେ ମଧ୍ୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ଷ୍ଟ୍ରୋକ୍‌ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି ବୋଲି ଡାକ୍ତର କୁହନ୍ତି।

ଷ୍ଟ୍ରୋକ୍ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି। ପକ୍ଷାଘାତ ଆକ୍ରାନ୍ତ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ସହ ଫିଜିଓଥେରାପିଷ୍ଟ, ସ୍ପିଚ୍‌ ଥେରାପିଷ୍ଟ, ଅକୁପେସ୍‌ନାଲ ଥେରାପିଷ୍ଟ, ମାନସିକରୋଗ ବିଶେଷଜ୍ଞ ତଥା ମନସ୍ତତ୍ୱବିତ୍‌ ଏବଂ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।

ତେବେ ବ୍ରେନ ଷ୍ଟ୍ରୋକ୍ ପରେ ଆକ୍ରାନ୍ତଙ୍କର ଯତ୍ନ କିପରି ନିଆଯିବ? ସେ ସମ୍ପର୍କରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତଙ୍କଠାରୁ ଅଧିକ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #PostStrokeManagement #OccupationalTherapy #physiotherapy #Brainstroke #Treatment #OdiaHealthTips #DoctorsAdvice #treatment

Comment