ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମୁକାବିଲା। ତେବେ ଟସ୍‌ ଜିତି ପ୍ରଥମେ ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ୍‌ ଜିତିବା ସହ ମ୍ୟାଚ୍‌ ମଧ୍ୟ ନିଜ ଅଧିନକୁ ନେବା ଲକ୍ଷ୍ୟରେ ବିରାଟ ବାହିନୀ ଆଜି ପଡ଼ିଆକୁ ଓହ୍ଲାଇବ।

ଆମେରିକାର ଫ୍ଲୋରିଡାଠାରେ ଭାରତୀୟ ସମୟ ଅନୁଯାୟୀ, ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆରେ ଦ୍ରୁତ ବୋଲର ନଭଦୀପ ସାଇନୀ ହେବ୍ୟୁ କରିବେ। ଅନ୍ୟପକ୍ଷରେ ଟିମ୍‌ ୱେଷ୍ଟଇଣ୍ଡିଜ୍ ପାଇଁ ଏକ ଖରାପ ଖବର। ଆନ୍ଦ୍ରେ ରସେଲ ଆଜିର ମ୍ୟାଚ୍‌ରେ ଖେଳିବେ ନାହିଁ।

ୱେଷ୍ଟଇଣ୍ଡିଜ୍ ଏକାଦଶ

ଜନ୍‌ କ୍ୟାମ୍ପବେଲ୍‌, ଏଭିନ ଲୁଇସ୍‌, ନିକୋଲାସ୍‌ ପୁରାନ୍‌(ୱିକେଟ୍‌ କିପର), ସିମ୍‌ରନ ହେଟ୍‌ମିର, ରୋଭମ୍ୟାନ୍‌ ପୋଏଲ୍‌, କାର୍ଲୋ ବ୍ରେଥ୍‌ୱେଟ୍‌(ଅଧିନାୟକ), ସୁନିଲ ନାରିନ୍‌, କିମୋ ପଲ୍‌, ସେଲ୍‌ଡନ୍‌ କଟ୍ରେଲ, ଓସେନ୍‌ ଥୋମାସ।

ଭାରତୀୟ ଏକାଦଶ

ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ମନିଷ ପାଣ୍ଡେ, ରିଷଭ୍‌ ପନ୍ତ(ୱିକେଟ୍ କିପର), କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୱାସିଂଟନ୍‌ ସୁନ୍ଦର, ନଭଦୀପ ସାଇନୀ, ଖଲିଲ ଅହମ୍ମଦ।

Comment