ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱେଷ୍ଟଇଣ୍ଡିଜ ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ ଉପରେ କବ୍‌ଜା କରି ସାରିଛି। ତେବେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌। ମ୍ୟାଚ୍‌ ପୂର୍ବରୁ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ରାତି ୮ଟାରେ ଫ୍ଲୋରିଡା ହେବାକୁ ଥିବା ଏହି ମ୍ୟାଚ୍‌ ବର୍ଷା ପାଇଁ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଟସ୍‌ ମଧ୍ୟ ବିଳମ୍ବରେ ପଡ଼ିଥିଲା। ତେବେ ବର୍ଷା ଛାଡ଼ିବା ପରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଟିମ୍‌ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି।

ଆଜି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୩-୦ରେ ହରାଇ ସିରିଜ ଫୋଛିନେବାକୁ ଖେଳିବ ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ନିଜର ସମ୍ମାନ ବଞ୍ଚେଇବାକୁ ଚେଷ୍ଟା କରିବ ୱେଷ୍ଟଇଣ୍ଡିଜ। ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିଛି। ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଲୋକେଶ ରାହୁଲ।

ୱେଷ୍ଟଇଣ୍ଡିଜ୍ ଏକାଦଶ

ଏଭିନ ଲୁଇସ୍‌, ସୁନିଲ ନାରିନ୍‌, ନିକୋଲାସ୍‌ ପୁରାନ୍‌(ୱିକେଟ୍‌ କିପର), କିରନ ପୋଲର୍ଡ, ସିମ୍‌ରନ ହେଟ୍‌ମିର, କାର୍ଲୋ ବ୍ରେଥ୍‌ୱେଟ୍‌(ଅଧିନାୟକ), ଜନ୍‌ କ୍ୟାମ୍ପବେଲ୍‌, , ରୋଭମ୍ୟାନ୍‌ ପୋଏଲ୍‌, କିମୋ ପଲ୍‌, ସେଲ୍‌ଡନ୍‌ କଟ୍ରେଲ, ଓସେନ୍‌ ଥୋମାସ।

ଭାରତ ଏକାଦଶ

ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ରିଷଭ୍‌ ପନ୍ତ(ୱିକେଟ୍ କିପର), ମନିଷ ପାଣ୍ଡେ, କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୱାସିଂଟନ୍‌ ସୁନ୍ଦର, ନଭଦୀପ ସାଇନୀ, କେ ଖଲିଲ ମହମ୍ମଦ।

Comment