ଓଡ଼ିଶାଲାଇଭ ବ୍ୟୁରୋ
ଅନୁଗୁଳ ଜିଲ୍ଲାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଏକ ୨ମାସ ଶିଶୁର ମୃତ୍ୟୁ ଘଟିଥିବା ବେଳେ ନିକଟରେ ଶୋଇଥିବା ତା’ର ମା’ ଓ ୩ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତ ହେଲେଇ ଗ୍ରାମରେ।
ବୁଧବାର ରାତିରେ ପୁଷ୍ପାଞ୍ଜଳି ହାତୀ ତାଙ୍କର ଗୋଟିଏ ଝିଅ ଓ ୨ମାସର ଶିଶୁ ସହ ଶୋଇଥିଲେ। ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପରେ ପୁଷ୍ପାଞ୍ଜଳିଙ୍କ ସ୍ଵାମୀ ସୁଶିଲ ହାତୀ ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିଲା।