ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା କମିବା ପରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ବର୍ଷାର ପରିମାଣ କମିବାରୁ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି।

ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ହୋଇ ପାରୁଛି।

ଏବେ ବି କିଛି ଅଞ୍ଚଳକୁ ଯାତାୟାତ ହୋଇନାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହାସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ତିନି ଦିନ ଧରି ଲଗାଣବର୍ଷା ଯୋଗୁଁ ମାଲକାନଗିରିରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଗତ ସପ୍ତାହ ଭିତରେ ତିନି ତିନି ଥର ବନ୍ୟା ପରିସ୍ଥିତି ଉପୁଜିଥିଲା। ଏବେ ବି ଚାଷ ଜମିରେ ପାଣି ଜମି ରହିଛି।

Comment